ଏଣିକି ଟ୍ରେନରେ ପୁରୀରୁ କୋଣାର୍କ ଯାଇପାରିବେ ତୀର୍ଥଯାତ୍ରୀ, ସୂଚନା ଦେଲେ ରେଳମନ୍ତ୍ରୀ

ଭୁବନେଶ୍ୱର,୨୦/୦୨: ଏଣିକି ଟ୍ରେନରେ ପୁରୀରୁ କୋଣାର୍କ ଯାଇପାରିବେ ତୀର୍ଥଯାତ୍ରୀ । ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପ । ମଙ୍ଗଳବାର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୂଚନା ମୁତାବକ, କୋଣାର୍କ ମନ୍ଦିର ସହ ଯୋଡିହେବ ଶ୍ରୀମନ୍ଦିର । ଏଥିପାଇଁ ୨୧୫ ହେକ୍ଟର ଜମି ଦରକାର ପଡିବ । ଏଥିପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ । ତା ସହିତ ସେହି ଟ୍ରେନରେ ଜଗନ୍ନାଥ ସଂସ୍କୃତି ବିଷୟରେ ତଥ୍ୟ ରହିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅନ୍ୟପଟେ ଗତ ୧୦ ବର୍ଷରେ ଓଡିଶାରେ ୪୦୯ଟି ରେଲୱେ ପ୍ଲାଏଓଭର ନିର୍ମାଣ ହେଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।