ନଭେମ୍ବର ୧ରୁ ପୁରୀବାସୀଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର

ଭୁବନେଶ୍ୱର, ୨୭/୧୦: ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟି ରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିଲା । ଏବେ ସ୍ଥିତି ଟିକେ ସୁଧୁରିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ଅନ୍ୟପଟେ ନଭେମ୍ବର ୧ରୁ ପୁରୀବାସୀଙ୍କ ପାଇଁ  ପଶ୍ଚିମ ଦ୍ବାର ଖୋଲିବ। ଭର୍ଚୁଆଲରେ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ପ୍ରବେଶ ଓ ଉତ୍ତର ଦ୍ବାର ଦେଇ ପୁରୀବାସୀ ପ୍ରସ୍ଥାନ କରିବେ। ଅନ୍ୟମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ଯିବେ। ଜାରି କରାଯାଇଥିବା  SOP ଅନୁସାରେ ମହାପ୍ରଭୁଙ୍କ ଦର୍ଶନ ହେବ। RTPCR ନେଗେଟିଭ ରିପୋର୍ଟ ଓ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଦେଖାଇବା ନିହାତି ଆବଶ୍ୟକ ରହିଛି।