ହ୍ୟାକ୍ ହେଲା ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ

ଭୁବନେଶ୍ୱର,୧୦/୯: ଏବେ ସାଇବର କ୍ରାଇମ ବଢ଼ିବାରେ ଲାଗିଛି । ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ହ୍ୟାକର । ଏହାରି ମଧ୍ୟରେ ଏବେ ହ୍ୟାକରର ନଜରରେ ପଡିଛି ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ । ପୁରୀ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଦେଇଛନ୍ତି ହ୍ୟାକର । ତେବେ ମିଳିଥିବା ସୂଚନା ମୁତାବକ ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ହ୍ୟାକ୍ କରିନେଇଛି । ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ପୁରୀ ଜିଲ୍ଲାପାଳ ଏହାକୁ ନେଇ ଆକ୍ସନ ନେଇଛନ୍ତି । ତୁରନ୍ତ ଏ ଘଟଣାର ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଆଜି ଅପରାହ୍ନ ସମୟରେ ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେଇଯାଇଥିବା ଦେଖିବାକୁ ମିଳିଥିଲା । ହ୍ୟାକ୍ ହେବାର କିଛି ସମୟ ପରେ ହ୍ୟାକର ଜଣକ ଅନେକ ଟୁଇଟକୁ ରି-ଟୁଇଟ୍ କରିଥିଲା । ଖାଲି ସେତିକି ନୁହେଁ କିଛି କାର୍ଟୁନ ଫଟୋକୁ ମଧ୍ୟ ସେୟାର କରିଥିଲା ହ୍ୟାକର । ତେବେ ଦୀର୍ଘ ସମୟ ପରେ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ହ୍ୟାକିଂରୁ ମୁକ୍ତ କରାଯାଇପାରିନାହିଁ ।