ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ, ୧୨/୭: ଆଜି ପବିତ୍ର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ସବୁ କାର୍ଯ୍ୟ ଶେଷ ହେବା ପରେ ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କ ଦ୍ଵାରା ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ ହୋଇଛି।

ଛେରା ପହଁରା ନୀତି ଶେଷ ହେବା ପରେ ପୁରୀ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥଟଣା । ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ବଜକୁ ଟାଣିଛନ୍ତି ସେବାୟତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ  ରଥଟଣା ଆରମ୍ଭ ହୋଇଛି। କୋଭିଡ ନେଗେଟିଭ୍‌ ସେବାୟତଙ୍କୁ ରଥଟଣା ପାଇଁ  ଅନୁମତି ଦିଆଯାଇଛି।