ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

ପୁରୀ, ୧୧/୭: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏହାରିମଧ୍ୟରେ ଆଜି ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସ୍ପିଟାଲରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରାଯାଇଛି। ପୁରୀ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି।

ଅନ୍ୟପଟେ ବିନା ଭକ୍ତରେ ରଥଯାତ୍ରା ନିଷ୍ପତ୍ତି ଯୋଗୁଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଘରୋଇ କୋଠାରୁ ମଧ୍ୟ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ ହଟାଯିବ । ଏହାସହ ବାଲକୋନି କିମ୍ବା ଛାତ ଉପରୁ ରଥଯାତ୍ରା ଦର୍ଶନ ଉପରେ କଟକଣା ଲାଗୁ ହୋଇଛି। ସେହିପରି ଆଜି ରାତି ୮ଟାରୁ ଜୁଲାଇ ୧୩ ରାତି ୮ଟା ଯାଏ ପୁରୀରେ କର୍ଫ୍ୟୁ ସହ ୧୪୪ ଧାରା ବଳବତ୍ତର ରହିବ । ବଡ଼ଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ବି କଟକଣା ଜାରି ହୋଇଛି। ପୁରୀକୁ ସଂଯୋଗ କରୁଥିବା ୮ଟି ପ୍ରବେଶ ପଥ ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥକୁ ମଧ୍ୟ ସିଲ୍ କରାଯିବ ବୋଲି ସୂଚନା ମିିଳିଛି।