ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ, ୧୦/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣାରେ ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପୁରୀରେ ରଥଯାତ୍ରା ହେବ। ସେହିପରି ପୁରୀ ଛଡ଼ା ଅନ୍ୟ କେଉଁଠି ବି ରଥଯାତ୍ରା କରିବାକୁ ଅନୁୁମତି ନାହିଁ।

ଏହାସହ ରଥଯାତ୍ରାରେ ସାମିଲ ହେଉଥିବା ବ୍ୟକ୍ତି କୋଭିଡ ନେଗେଟିଭ୍‌ ହେବା ଜରୁରୀ ନଚେତ ଦୁଇ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ। ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ଲାଗିବା ସହ ବାହାର ଲୋକଙ୍କୁ ପୁରୀ ଭିତରକୁ ପ୍ରବେଶ ନିଷେଧ । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ କୁ ଅନୁମତି ନାହିଁ।