ପୁରୀରେ ବହୁ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୪/୧:  ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ ଓ ଶ୍ରୀସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ୍ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ତାଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହାସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିବାକୁ ଥିବା ସମସ୍ତ ଯାତ୍ରୀଙ୍କ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମାଗାର, ଶୌଚାଳୟର ଓ ଶ୍ରୀସେତୁର ସମୀକ୍ଷା ପରେ ବୈଠକ ହେବ ।