ଛତିଶଗଡ଼ ବିଧାନସଭା ନିର୍ବାଚନ, ରାୟପୁର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ପୁରନ୍ଦର ମିଶ୍ର ବିଜୟୀ

ନୂଆଦିଲ୍ଲୀ,୩/୧୨: ଛତିଶଗଡ଼ ବିଧାନସଭା ନିର୍ବାଚନରେ  ପ୍ରଥମ ଥର ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର ବିଜୟୀ ହୋଇଛନ୍ତି। ସେ ରାୟପୁର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇ ଜିତିଛନ୍ତି।  ସେ ୧୫ରୁ ୧୫ଟି ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୫୪,୨୭୯ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସର ପ୍ରାର୍ଥୀ କୁଲଦୀପ ସିଂହ ଜୁନେଜାଙ୍କ ଠାରୁ ୨୩,୦୫୪ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି। କୁଲଦୀପଙ୍କୁ ୩୧,୨୨୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଅଜିତ କୁକରେଜାଙ୍କୁ ୨୨,୯୩୯ ଖଣ୍ଡ ଭୋଟ୍‌ ମିଳିଛି। ପୁରନ୍ଦର ମିଶ୍ର ନିର୍ବାଚନ ଜିତିଲା ପରେ ରାୟପୁରସ୍ଥିତ ଓଡ଼ିଆ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।