କ୍ୟାପ୍‌ଟେନ ଅମରିନ୍ଦର ସିଂହ କୋରୋନା ପଜିଟିଭ

ନୂଆଦିଲ୍ଲୀ, ୧୨/୧: ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାସହ କରୋନା ନୂଆ ପ୍ରଜାତି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ଫିଲ୍ମ ଷ୍ଟାରଠୁ ଆରମ୍ଭ କରି ବଡ ବଡ଼ ନେତା କେହି ବାଦ ପଡୁନାହାନ୍ତି। ଏହାରିମଧ୍ୟରେ ଆଜି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ କରୋନା ସଂକ୍ରମିତ ହୋଇଛନ୍ତି।