କୋଟିପତି ପିଏସ୍ ବିରଞ୍ଚି ନାରାୟଣଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର, ୩୧/୭:OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ହୋଇଛନ୍ତି । ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିିିଛି ଭିଜିଲାନ୍ସ । ଏବେ ବି ପିଏସଙ୍କ ସମ୍ପତ୍ତିର ଚାଲିଛି ଆକଳନ । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି। ତାଙ୍କଠାରୁ ଜବତ କରାଯାଇଥିବା ଟଙ୍କା, ସୁନା, ଜମି ଓ ଘର ବାବଦରେ ଖୋଳତାଡ ଚାଲିିଛି। ଅନ୍ୟପଟେ ଆବଶ୍ୟକ ପଡିଲେ ସମ୍ପର୍କୀୟଙ୍କୁ ବି ଜେରା କରିପାରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିଲା । ତାଙ୍କ ପାଖରୁ ପାଖାପାଖି ୪କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହାସହ ଦେଢ଼ କେଜି ସୁନାଗହଣା ସହ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା।