କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗିରଫ

ନୂଆଦିଲ୍ଲୀ, ୫/୧୦: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ । ପିଏସି ଗେଷ୍ଟହାଉସରେ ପ୍ରିୟଙ୍କାଙ୍କ ପାଇଁ ହୋଇଛି ଅସ୍ଥାୟୀ ଜେଲ୍ ।ଦୀପେନ୍ଦ୍ର ହୁଦା ଓ ଅଜୟ ଲଲ୍ଲୁଙ୍କ ସମେତ ଆଉ ୧୦ ଜଣ ବି ଗିରଫ ହୋଇଛନ୍ତି। ଶାନ୍ତିଭଙ୍ଗ ଅଭିଯୋଗରେ ଗିରଫ କରିଛି ହରଗାଁଓ ଥାନା ପୋଲିସ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୪ ସକାଳ ସାଢେ ୪ଟାରେ ପ୍ରିୟଙ୍କା ଗିରଫ ହୋଇଥିଲେ ।