ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ୱାଗତ ପାଇଁ ରାସ୍ତାରେ ବିଛାଗଲା ଗୋଲାପ ଫୁଲ ପାଖୁଡ଼ା

ନୂଆଦିଲ୍ଲୀ,୨୫/୨: ଛତିଶଗଡ଼ର ରାୟପୁର ସହରରେ କଂଗ୍ରେସର ୮୫ତମ ଜାତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ  ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବା ପାଇଁ ରାୟପୁର ବିମାନବନ୍ଦର ସମ୍ମୁଖ ରାସ୍ତାରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଗୋଲାପ ପାଖୁଡ଼ା ବିଛାଯାଇଥିଲା । ଏଥିପାଇଁ ପାଇଁ ପ୍ରାୟ ୬ ହଜାର କିଲୋଗ୍ରାମରୁ ଅଧିକ ଗୋଲାପ ଫୁଲ ବ୍ୟବହାର କରାଯାଇଥିଲା । ଏଥିସହ ରଙ୍ଗୀନ ପାରମ୍ପରିକ ପୋଷାକ ପିନ୍ଧି ଥିବା ଲୋକକଳାକାରମାନେ ମଧ୍ୟ ରାସ୍ତାରେ ଏକ ଲମ୍ବା ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ।