ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ୱର,୩୦/୦୩: ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଉତ୍ତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା ଜଣାପଡିଛି ।ସୂଚନା ଅନୁସାରେ, ୨୦୧୪ରୁ ୨୦୧୯ରୁ ଯାଏଁ ବିଧାୟକ ଥିଲେ । ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ୨୦୧୯ରେ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିିକେଟ୍ ଦେଇଥିଲା । ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦଳ ଛାଡିବା ପରେ ମନର କ୍ଷୋଭ,ବିଜେଡି ଛାଡିବାର କାରଣ ସେ କହିଛନ୍ତି। ସେ କହିଛନ୍ତି ଯେ, ଦଳରେ କୁଚକ୍ରି ଗୋଷ୍ଠୀ କାମ କରୁଛନ୍ତି । ସେମାନେ ପୁରୁଣା ଲୋକଙ୍କୁ ହଟାଇବାକୁ ଚାହୁଁଛନ୍ତି । ନୂଆ ଯେଉଁମାନେ ଆସିଛନ୍ତି ସେମାନେ କ୍ଷମତା ରାଜନୀତି କରୁଛନ୍ତି । ଦଳରେ ତାଙ୍କୁ ଘୋର ଅଣଦେଖା କରାଯାଇଛି । ଦଳ ଛାଡିବାର ଦୁୁୁଇ ଘଣ୍ଟା ପରେ ବିଜେପିରେ ସାମିଲ ହୋଇଛନ୍ତି।