ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ

ଭୁବନେଶ୍ୱର,୨୪/୦୯:  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ବୈଠକରେ ମୁଖ୍ୟତଃ ଗ୍ରେଡ-ପେ ବୃଦ୍ଧି, କଳା, କ୍ରିଡା ଶିକ୍ଷକଙ୍କ କ୍ୟାରିୟର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା ଏବଂ ଓଲ୍ଡ ପେନସନ୍ ଲାଗୁ କରିବା ଭଳି ଦାବି ସଂପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ନୂଆ ବର୍ଷରେ ଶିକ୍ଷକଙ୍କ ମାନଙ୍କୁ ଭେଟି ଦିଆଯିବ ବୋଲି ଆଶ୍ୱାସନା ମିଳିଛି । ତେବେ ବିଭିନ୍ନ ଦାବି ନେଇ ୧୦ଟି ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ କରୁଥିବା ବେଳେ ୯ଟି ସଂଘର ବୈଠକରେ ସାମିଲ ହୋଇଥିଲେ ।