ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତି ପୋଲିସ ମେଡାଲ ଘୋଷଣା

ଭୁବନେଶ୍ୱର,୧୪/୦୮: ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏହା ପୂର୍ବରୁ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ ଓ ଆଉ ଦୁଇଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ।

ଏଡିଜି ସୁରେଶ ଦେବ ଦତ୍ତ ସିଂହ ଓ ଡିଏସପି ସଚିଦାନନ୍ଦ ରଥଙ୍କୁ ମେଡାଲ ପ୍ରଦାନ କରାଯିବ। ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ, ଡିଏସ୍‌ପି ସନତ କୁମାର ନାଥଶର୍ମା, କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ସବ୍ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, କନଷ୍ଟେବଲ ପ୍ରମୋଦ କୁମାର ମହାନ୍ତ, ସଞ୍ଜୁକ୍ତା ପଟ୍ଟନାୟକ, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବବୁଲ ସାମଲ, ହାବିଲଦାର୍ ତେଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା, ସୁରେଶ ଚନ୍ଦ୍ର ରାଉତଙ୍କୁ ପୋଲିସ ପଦକ ମିଳିବ। ତେଲେଙ୍ଗାନାର ଜଣେ ପୋଲିସ କର୍ମଚାରୀଙ୍କୁ ବୀରତା ପାଇଁ ରାଷ୍ଟ୍ରପତି ପୋଲିସ ପଦକ (ପିଏମଜି), ୨୧୩ ଜଣଙ୍କୁ ଗାଲାଣ୍ଟ୍ରି (MG) ପଦକ, ୯୪ ଜଣଙ୍କୁ ସମ୍ମାନଜନକ ସେବା (PSM) ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୨୯ ଜଣଙ୍କୁ ମେରିଟାରୀ ସର୍ଭିସ (ଏମଏସଏମ) ପ୍ରଦାନ କରାଯିବ।