ଆଉ ଗୋଟିଏ ଦିନ ପରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୮/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଓ ପୁରୀ ଗସ୍ତ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୧୦ ତାରିଖରେ ପୁରୀ ଗସ୍ତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫ ଜଣ ଏସ୍‌ପି ଓ କମାଣ୍ଡାଣ୍ଟ, ୭ ଜଣ ଅତିରିକ୍ତ ଏସ୍‌ପି, ୧୮ ଜଣ ଡିଏସ୍‌ପି, ୩୦ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସ୍‌ଆଇ ଓଏଏସ୍‌ଆଇ, ୩୦୦ ଜଣ ହୋମ୍‌ଗାର୍ଡ ଏବଂ ୨୪ ପ୍ଲାଟୁନ୍‌ ପୁଲିସ ମୁତୟନ ରହିବେ।