ଓଡ଼ିଶାରେ ରାଷ୍ଟ୍ରପତି, ପ୍ରୋଟୋକଲ ଭାଙ୍ଗିଲେ ଲୋକଙ୍କୁ ଭେଟିଲେ

ନୂଆଦିଲ୍ଲୀ,୨୫/୦୭: ଓଡ଼ିଶାରେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗିଲେ ଲୋକଙ୍କୁ ହାତହଲାଇ ଅଭିବାଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରୁ ରାଜଭବନ ଯିବା ବାଟରେ ପ୍ରଟୋକଲ ଭାଙ୍ଗି ଗାଡିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି । ରାସ୍ତାରେ ଚାଲିଚାଲି ସେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ ।

ସୂଚନାଯୋଗ୍ୟ ଯେ ତିନି ଦିନିଆ ଓଡିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।