ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ,୨୭/୦୬: ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ଯଶୱନ୍ତ ସିହ୍ନା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ, ମଲ୍ଲିକାର୍ଜୁନ ଖାଡଗେ, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସି ନେତା ଅଭିଶେଷଖ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସିହ୍ନାଙ୍କ ସପକ୍ଷରେ କଂଗ୍ରେସ ସମେତ ଏନସିପି, ଟିଏମସି ସମେତ ଅନେକ ବିରୋଧୀ ଦଳ ରହିଛନ୍ତି। ଗତ ୨୪ ତାରିଖରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଥିଲେ। ସେ ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏର ଅନେକ ତୁଙ୍ଗ ନେତା ଓ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।