ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୫/୦୬:ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶା ବିଧାନସଭା ନୋଟିସ୍‌ ବୋର୍ଡରେ ଲାଗିଲା ବିଜ୍ଞପ୍ତି ।ଆଜିଠୁ ନାମାଙ୍କନ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାଂସଦମାନେ ସଂସଦରେ ଭୋଟ ଦେଇପାରିବେ । ବିଭିନ୍ନ ରାଜ୍ୟର ବିଧାୟକମାନେ ବିଧାନସଭାରେ ଭୋଟ ଦେଇ ପାରିବେ । ଜଣେ ପ୍ରାର୍ଥୀଙ୍କ ଲାଗି ୫୦ ଜଣ ପ୍ରସ୍ତାବକ ରହିପାରିବେ ବୋଲି କମିଶନ କହିଛନ୍ତି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ଜଣ ମତଦାନ କରିବେ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି ଜାତୀୟ ନିର୍ବାଚନ କମିଶନର । ଲୋକସଭା ଓ ରାଜ୍ୟସଭା ଉଭୟ ସଦନର ୭୦୦ ଜଣ ସଦସ୍ୟ ଭୋଟ୍ ଦେଇପାରିବେ । ଆଉ ଯେଉଁ ସଦସ୍ୟ ଜେଲରେ ଅଛନ୍ତି ସେମାନେ ପାରୋଲରେ ଆସି ବୋଟ୍ ଦେଇ ପାରିବେ ବୋଲି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ।

ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାର ତିନିଦିନ ପରେ ଜୁଲାଇ ୨୦ରେ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯାଇଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ଭୋଟ୍ ଦେଇ ରାଷ୍ଟ୍ରପତି ନିର୍ବାଚନ କରିଥାନ୍ତି ।