ବଦଳିବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା

ନୂଆଦିଲ୍ଲୀ,୧୨/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରର ଠିକଣା ପରିବର୍ତ୍ତନ ହେବ। ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ ରାଷ୍ଟ୍ରପତି । ଏଥିପାଇଁ ଆଇଡି କାର୍ଡର ଠିକଣା ପରିବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପି. କୃଷ୍ଣମୂର୍ତି ରାଷ୍ଟ୍ରପତି ଭବନରେ ପହଂଚି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏବେ ରାଷ୍ଟ୍ରପତିଙ୍କ ଭୋଟର ଆଇଡି କାର୍ଡ ଠିକଣା ଓଡ଼ିଶାର ମୟୂରଭଂଜ ଜିଲ୍ଲାର ରହିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କ ଦିଲ୍ଲୀ ଠିକଣା ସହ ନୂଆ ଭୋଟର ପରିଚୟ ପତ୍ର ପାଇବେ । ଫଳରେ ଆଗାମୀ ନିର୍ବାଚନରେ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟ୍ ଦେଇପାରିବେ ରାଷ୍ଟ୍ରପତି ।