ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୪/୦୮: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଯେ, ସ୍ୱାଧୀନତା ଦିବସ ପାଇଁ ସାରା ଦେଶରେ ଉତ୍ସାହ ରହିଛି । ଆମ ତ୍ରିରଙ୍ଗା ମନରେ ଆତ୍ମବିଶ୍ୱାସରେ ଭରିଦିଏ କାରଣ ଆମ୍ଭେମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁ । ଜାତିର ପିତା ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଏକାଠି କରିଥିଲେ । ଏବେ ବିଶ୍ୱରେ ବଡ଼ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି ଆମ ଭାରତ ।ଏବେ ସରକାର ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ବିଶେଷ କରି ପିଏମ୍ ଗରିବ କଲ୍ୟାଣ ଯୋଜନାରେ ରାସନ୍ ଦିଆଯାଇଛି । କ୍ରୀଡ଼ାକ୍ଷେତ୍ରରେ ଦେଶ ଅନେକ ଅଗେଇଛି, ଭାରତୀୟ କ୍ରିକେଟ୍ ଦଳ ବିଶ୍ୱକପ୍ ଜିତିଛି, ଯାହା ସାରା ଦେଶକୁ ଗୌରାବାନ୍ୱିତ କରିଛି । କ୍ରିକେଟ୍, ସତରଞ୍ଜରେ ନିଜର ପରାକାଷ୍ଠା ଦେଖାଇଛନ୍ତି ଭାରତୀୟ ଖେଳାଳୀ ।