ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି, କର୍ତ୍ତବ୍ୟପଥରେ ନାରୀ ଶକ୍ତିର ଝଲକ ଦେଖିଲା ବିଶ୍ୱ

ନୂଆଦିଲ୍ଲୀ,୨୬/୦୧: ଆଜି ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସହ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ । ଏହି ଅବସରରେ ଆଜି କର୍ତ୍ତବ୍ୟପଥରେ ନୂଆ ଧାରା ଦେଖିବାକୁ ମିିଳିଥିଲା । ପ୍ରଥମେ ମାର୍ଚ୍ଚ ନୁହେଁ ବରଂ ଶଂଖନାଦ ଓ ଭେରୀତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା । ଏହାର ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମ୍ୟୁଜିକ୍ ବ୍ୟାଣ୍ଡ । ପରେ ପରେ ନିଜର ଦର୍ପ ଦେଖାଇଥିଲେ ଋଷ ଟି୯୦ ଟ୍ୟାଙ୍କର । ଆକାଶମାର୍ଗରେ ଗର୍ଜିଉଠିଥିଲା ରାଫେଲ ଯୁଦ୍ଧ ବିମାନ ।