ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫/୦୧: ଆସନ୍ତାକାଲି ଦେଶବ୍ୟାପୀ ପାଳନ ହେବ ଗଣତନ୍ତ୍ର ଦିବସ। ଆଉ ଏହି ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ରହିଛି ବଡ଼ ଭୂମିକା । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡ ଉପଲବ୍ଧି ଓ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି ।  ଏଥିସହ ଆଗାମୀ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।