ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨୪/୦୩: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରୁ ସେ ସ୍ବତନ୍ତ୍ର ହେଲିକପ୍ଟରରେ ନୟାଗଡ଼ ଯିବେ ଏବଂ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ । ତେବେ ରାଷ୍ଟ୍ରପତିଙ୍କ କଣ୍ଟିଲୋ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୬ ଜଣ ଏସପି ରାଙ୍କ୍‌ ଅଫିସର ନିୟୋଜିତ ହୋଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ ଗସ୍ତକୁ ସଫଳତାର ସହ ଶେଷ କରିବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ମହାମହିମଙ୍କୁ କାଳିଆପଲ୍ଲୀ ଗାଁ ଭିତରକୁ କେମିତି ସ୍ବାଗତ କରାଯିବ ସେ ନେଇ ଗାଁ ଲୋକେ ରିହର୍ସଲ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *