କର୍ତ୍ତବ୍ୟପଥରେ ଉଡିଲା ତ୍ରିରଙ୍ଗ, ପତାକା ଉତ୍ତୋଳନା କଲେ ରାଷ୍ଟ୍ରପତ୍ତି

ନୂଆଦିଲ୍ଲୀ,୨୬/୦୧:  କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଅଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବ ସୁବିୟାଣ୍ଟୋ ମୁଖ୍ୟ ଅତିଥି ହେବେ । ତେବେ ସବୁଠାରୁ ବଡ କଥା ପ୍ରବୋବ ସୁବିୟାଣ୍ଟୋ ରାଜନୀତି ଅପେକ୍ଷା ସୈନ୍ୟ କ୍ଷେତ୍ର ସହ ଜଡିତ। ଯେତେବେଳେ ଭାରତର ପ୍ରଥମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା ସେତେବେଳେ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *