ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୧/୦୧: ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ବିଚାରପତି ଜନ୍‌ ରବର୍ଟସ୍‌ । ଶପଥ ନେଉ ନେଉ ଆଜି ସେ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍‌ଫ ଅଫ୍‌ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ଟ୍ରମ୍ପ୍‌ କହିଛନ୍ତି, ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ବିଚାରପତି ଜନ୍‌ ରବର୍ଟସ୍‌ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଥିଲେ । ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଆମେରିକୀୟ ସଂସଦ ଭବନ ଭିତରେ ଅନୁଷ୍ଠିତ ହୋଇଛି । ପ୍ରବଳ ଥଣ୍ଡା ଯୋଗୁ ସଂସଦ ଭବନରେ ଶପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *