ଭୁବନେଶ୍ୱର,୨୫/୦୧: ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି ଆଜି ଭାରତ ସାରା ବିଶ୍ବର ନେତୃତ୍ବ କରୁଛି । ସମ୍ବିଧାନ ଆମକୁ ସାମୁହିକ ପରିଚୟ ଦେଉଛି ।ଏହା ଆମକୁ ଗୋଟିଏ ପରିବାରରେ ବାନ୍ଧି ରଖୁଛି । ଏକକ ନିର୍ବାଚନ ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ଏହା ଶାସନତନ୍ତ୍ରକୁ ସ୍ଥିରତା ଦେବ ଓ ଅଯଥା ଆର୍ଥିକ ବୋଝକୁ କମାଇବ । ଦେଶକୁ ଆଗେଇନେବାରେ ମହିଳାଙ୍କ ସକ୍ରିୟ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିଭଳି ଦେଶର ଭିତ୍ତିଭୂମି ଢାଂଚାର ପରିବର୍ତ୍ତନରେ ଶ୍ରମିକ ଭାଇ-ଭଉଣୀଙ୍କ ଯୋଗଦାନ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।