ଭୁବନେଶ୍ୱର,୧୧/୧୧: ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷା ପ୍ରତି ସମସ୍ତଙ୍କର ଏକ ସ୍ବତନ୍ତ୍ର ଆକର୍ଷଣ ଥାଏ। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ଗ୍ରହଣ କରିବାରେ କିଛି ଅସୁବିଧା ହେବ ନାହିଁ।ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ଆଜି ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି। ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି।