ବିଜେଡିରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ

ଭୁବନେଶ୍ୱର,୯/୦୨: ବିଜେଡିରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି ନାଇଁ ସେନେଇ ଚର୍ଚ୍ଚା ଜୋର ଧରିଛି । ଯଦି ସାମିଲ ହେବେ ତେବେ କେଉଁ ଦଳରେ ସାମିଲ ହେବେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ ।