ନୂଆଦିଲ୍ଲୀ,୨୨/୦୨: ପ୍ରୟାଗରାଜ ରେ ବୁଡ଼ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। କିନ୍ତୁ ଯେଉଁମାନେ ପ୍ରୟାଗରାଜ ଯାଇପାରୁ ନାହାନ୍ତି ସେମାନଙ୍କ ପାଇଁ ଅଛି ଡିଜିଟାଲ ବୁଡ ବ୍ୟବସ୍ଥା । ଘରେ ବସି ବି ଆପଣ ତ୍ରିବେଣୀରେ ପବିତ୍ର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିପାରିବେ । ଆପଣ ଯେଉଁ କଥାକୁ ବିଶ୍ବାସ କରିପାରୁ ନାହାନ୍ତି ସେ କଥାକୁ ସ୍ଥାନୀୟ ଜଣେ ଯୁବକ ଡିଜିଟାଲ ମାଧ୍ୟମରେ କରିବାକୁ ପ୍ରୟାସ କରିଛନ୍ତି । ଆପଣ ସିନା ବୁଡ ପକାଇ ପାରିବେନି ହେଲେ ଆପଣଙ୍କ ଫଟୋ ତ ବୁଡ ପକାଇ ପାରିବ । ଏମିତି ଏକ ନାରା ଦେଇ ପ୍ରୟାଗରାଜର ପବିତ୍ର ତ୍ରିବେଣୀରେ ଫଟୋ ସ୍ନାନ କରାଇ ଟଙ୍କା ରୋଗଜାର କରୁଛନ୍ତି ଯୁବକ ।
ଆଜିର ଡିଜିଟାଲ ଯୁଗରେ ଏମିତି କରି ଚର୍ଚ୍ଚାରେ ଅଛନ୍ତି ପ୍ରୟାଗରାଜର ଯୁବକ ଦୀପକ ଗୋୟଲ । ସେ ପ୍ରତି ଫଟୋକୁ ୧୧୦୦ ଟଙ୍କା ନେଇ ସଙ୍ଗମରେ ସ୍ନାନ କରାଉଛନ୍ତି । ତେବେ ଡିଜିଟାଲ ସ୍ନାନ ପାଇଁ ସେ ହ୍ବାଟ୍ସଆପ ଜରିଆରେ ଫଟୋ ନେଇ ପ୍ରିଣ୍ଟ ବାହାର କରୁଛନ୍ତି ଆଉ ଫଟୋ ପିଛା ଟଙ୍କା ପୈଠର ୨୪ ଘଣ୍ଟା ଭିତରେ ସେ ଏହି ଫଟୋ ସ୍ନାନ କରାଉଥିବାର ଖବର ଏବେ ସୋସିଆଲ ମିଡିଆରେ ଜୋର ଭାଇରାଲ ହେଉଛି ।