ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଡେଡଲାଇନ୍: ପ୍ରଭାତୀ ପରିଡା

ଭୁବନେଶ୍ୱର,୨୬/୧୧: ଆସନ୍ତାବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଡେଡଲାଇନ୍। ଅର୍ଥାତ ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ସେପଟେ ମାଲକାନଗିରିର ବଣ୍ଡାଘାଟିରେ ହିତାଧିକାରୀଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଫିଜିକାଲ ଭେରିଫିକେସନ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ସୁଭଦ୍ରା ଟଙ୍କା। ୩ଟି ପର୍ଯ୍ୟାୟରେ ମୋଟ ୮୦ ଲକ୍ଷ ୪୬ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି।  ସେପଟେ ହିତାଧିକାରୀଙ୍କୁ ବ୍ୟାଙ୍କରେ ଅଯଥା ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।