ଲଣ୍ଡନରୁ ଫେରିବା ପରେ କଣ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ?

ଭୁବନେଶ୍ୱର, ୯/୧୧: ଆଜି ଲଣ୍ଡନ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି  ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ପ୍ରାକୃତିକ ପ୍ରଯ୍ୟଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଶକ । ଆଇକନିକ ସାଇଟ କୋଣାର୍କ, ୪୮୦ କି.ମି ବେଳାଭୂମି, ଚିଲିକା ଲେକ, ଶିମିଳିପାଳ, ଦେବ୍ରିଗଡ଼, ଦେଓମାଳୀ, ସବୁକୁ ବଢ଼ାଇବା ନେଇ ଆଲୋଚନା ହୋଇଥିବା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଲଣ୍ଡନରେ ବାସ କରୁଥିବା ଓଡିଶା ପର୍ଯ୍ୟଟନ ସହିତ ଜଡିତ ଥିବା ପ୍ରବାସୀଙ୍କ ସହ ତିନି ରାଉଣ୍ଡ ଆଲୋଚନା ହୋଇଛି ।

ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ସେଥିରେ ଯୋଗ ଦେବାକୁ ଆମେ ସମସ୍ତ ପ୍ରବାସୀଙ୍କୁ ନିମନ୍ତ୍ରଣ କରିଛୁ । ବହୁତ ଜଲଦି ଆମ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହିତ ପର୍ୟଟକୁ ନୂଆ ଲୁକ ଦେବାରେ ଏ ଲଣ୍ଡନ ଗସ୍ତ ସଫଳ ହେବ ।