ଆସନ୍ତାକାଲି ପ୍ରଥମାଷ୍ଟମୀ,ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯିବ ପୋଢୁଆଁ ଭାର

ଭୁବନେଶ୍ୱର,୨୨/୧୧: ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। ଏହି ଅବସରରେ ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯିବ ୬ ବର୍ଷର ପୋଢୁଆଁ ଭାର । ପୂଣ୍ୟତ୍ରୟା ପ୍ରାଚୀ ନଦୀ ମାଧବାନନ୍ଦ ପିଠରୁ କାଳିଆ ଦିଅଁ ପାଇଁ ଯାଉଛି ପୋଢୁଆଁ ଭାର । ଶୁକ୍ରବାର ପ୍ରାତଃ ୪ଟା ୩୦ ମିନିଟରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା । ସକାଳ ୫ଟାରେ ମହାପ୍ରଭୁଙ୍କ ରାଜା-ରାଜେଶ୍ୱର ବେଶ, ୫ଟା ୩୦ ମିନିଟରେ ଗୋପାଳବଲ୍ଲବ ଭୋଗ ନିତିସାରି ସକାଳ ୭ଟା ୩୦ ମିନିଟ୍ ମାଧବ ମନ୍ଦିରରୁ ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ଆରମ୍ଭ ହେବ ।

ଆସନ୍ତାକାଲି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିର କାର୍ୟ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କ ଠାରେ ପୋଢୁଆଁ ବସ୍ତ ଲାଗି କରାଯିବ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାଧବ ଗାଁ ।