ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୧/୧୨: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ଚାଷୀ ଆନ୍ଦୋଳନ ପଛରେ ରହିଛି ଦେଶ ବିରୋଧୀ ଶକ୍ତିଙ୍କ ହାତ । ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧୀଙ୍କ ଭାଷା କହୁଛନ୍ତି ବୋଲି ସେ କହିଛନ୍ତି। ସରକାର କୃଷି ବିଲ ପ୍ରତ୍ୟାହାର କରିବାର କୌଣସି ସମ୍ଭାବନା ନାହିଁ । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରିଛନ୍ତି । ସରକାରଙ୍କ କୃଷି ବିଲ୍ ଏକ ଐତିହାସିକ ବିଲ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।