ମାହାଙ୍ଗା ଡର୍ବଲ ମର୍ଡର ମାମଲା, ବିଧାୟକ ପ୍ରତାପ ଜେନା ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି

ଭୁବନେଶ୍ୱର,୧୯/୧୨: ମାହାଙ୍ଗା ଡର୍ବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଅବଧି ବଢ଼ାଇଛନ୍ତି । ଆଜି ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥଲେ ହାଇକୋର୍ଟ । ଏବେ ଆସନ୍ତା ଜାନୁୟାରୀ ୧୭ ତାରିଖ ଯାଏଁ ବଢ଼ିଲା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା । ଆସନ୍ତା ୧୭ ଜାନୁୟାରୀରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୧୭ ଜାନୁୟାରୀ ଯାଏଁ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ।