ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଭୁବନେଶ୍ୱର, ୩୧/୧୦: କନ୍ଧମାଳ ଗସ୍ତରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇଥିବା ଜଣାପଡିଛି। ଫୁଲବାଣୀ ସର୍କିଟ ହାଉସରେ ଥିବା ବେଳେ ଅସୁସ୍ଥ ହୋଇ ପଡିଛନ୍ତି ପ୍ରତାପ । ଦେହରେ ଜ୍ୱର ସହ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ନେଇ ସୂଚନା ମିଳିଛି । ଚିକିତ୍ସା ପାଇଁ ଖୁବଶୀଘ୍ର ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇପାରେ । ଅନ୍ୟପଟେ ମାସେ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ । ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।