ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୩୧/୦୫: ଇଭିଏମ ଭଙ୍ଗାରୁଜା ମାମଲାରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ।  ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଅସୁସ୍ଥ ହୋଇପଡ଼ିବା ପରେ ଏବେ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଏହା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ ହୋଇଛି । ପୋଲିସ ପ୍ରଶାନ୍ତଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଥିିିବା କହିଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ସେହିପରି ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ଦାବି କରି ନିକଟରେ ସିସିଟିଭି ଫୁଟେଜ ମଧ୍ୟ ଜାରି କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।ଜାମିନ ଆବେଦନ ଖାରଜ ପରେ ବଢ଼ିଛି ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ । ସୁସ୍ଥ ହେବା ପରେ ଜେଲ୍ ଯିବାକୁ ପଡ଼ିବ ।