ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ନେଇ ଆରମ୍ଭ ହେଲା ପ୍ରାରମ୍ଭ ଯୋଜନା

ଭୁବନେଶ୍ୱର, ୧୮/୧୦: କମିସନରେଟ ପୋଲିସ ପକ୍ଷରୁ ଆଜି ‘ପ୍ରାରମ୍ଭ’ ଯୋଜନା ଆରମ୍ଭ ହୋଇଛି। ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହି ଯୋଜନା ସହାୟକ ହେବ। ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ ପାଇଁ ପୋଲିସର ହେଳ୍ପ ଲାଇନ୍‌ ନମ୍ବର ୨୫୪୫୪୪୫ ଜାରି ହୋଇଛି।ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଭୁବନେଶ୍ବରରେ ୩୦୦ରୁ ୩୫୦ଟି ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି ।