ନାମାଙ୍କନପତ୍ର ଦାଖଲ କରିଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର,୩୦/୦୪: ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ । ଏହାରିମଧ୍ୟରେ ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରଣବ । ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମା ସମଲେଇଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ମିଶି ରୋଡ ସୋ’ରେ ଆସିଥିଲେ ପ୍ରଣବ । ବାଲିବନ୍ଧରୁ ବାହାଥିବା ଶୋଭାଯାତ୍ରା ପରେ କୁଞ୍ଜେଲପଡ଼ା, ଝାଡୁଆପଦା, ନନ୍ଦପଡ଼ା, ଅଲତାପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ପ୍ରଣବ ପ୍ରକାଶ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ନିଶ୍ଚିତ ଯେ ତୁମେ ବିଜୟ ହାସଲ କରିବ ।