ମନ୍ତ୍ରୀପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୧/୦୯: ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା । ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । କିଏ ପରବର୍ତ୍ତୀ ବାଚସ୍ପତି ହେବେ ତାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା ।  ପ୍ରମିଳା ବାଚସ୍ପତି ଭାବେ ଶପଥ ନେବା ପରେ ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି ।