ଆସନ୍ତାକାଲିଠୁ ୪୮ଘଣ୍ଟା ଯାଏଁ ପ୍ରଚାର କରିପାରିବେନି ପ୍ରମିଳା

ଭୁବନେଶ୍ୱର, ୧୩/୨: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କିନ୍ତୁ ଏହାରିମଧ୍ୟରେ ୧୪ ତାରିଖ ଦିନ ୧୦ଟାରୁ ୪୮ ଘଣ୍ଟା ଯାଏଁ
ପ୍ରଚାର କରିପାରିବେନି ପ୍ରମିଳା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ନିର୍ବାଚନ କମିସନ ନୋଟିସ କରିଛନ୍ତି। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ନିର୍ବାଚନ କମିସନ ଆକ୍ସନ ନେଇଛନ୍ତି।