ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର, ୨୨/୧୨:ଆଜି ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ପ୍ରଳୟ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଆଜି ସକାଳ ୧୦.୨୦ ମିନିଟ ସମୟରେ ଏହାର ପରୀକ୍ଷଣ କରାଯାଇଥିଲା । ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଡ଼ିଆରଡ଼ିଓ ପକ୍ଷରୁ ସୂଚନା ମିଳିଛି। ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଯାହା ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି।