ଇଡି ସ୍କାନରରେ ପ୍ରକାଶ ରାଜ, ପୁଞ୍ଜି ସ୍କିମ ଠକେଇ ମାମଲାରେ ସମନ ଜାରି

ଭୁବନେଶ୍ୱର,୨୩/୧୧: ଇଡି ସ୍କାନରରେ ପ୍ରକାଶ ରାଜ। ପୁଞ୍ଜି ସ୍କିମ ଠକେଇ ମାମଲାରେ ତାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି । ପ୍ରଣବ ଜୁଏଲର୍ସ ସଂସ୍ଥା ଦ୍ୱାରା ପରିଚାଳିତ ପୁଞ୍ଜି ସ୍କିମକୁ ପ୍ରକାଶ ରାଜ ପ୍ରଚାର କରିଥିବା ବେଳେ ଏଥିରେ ପ୍ରକାଶ ରାଜଙ୍କର ସେୟାର ଥିବା ମଧ୍ୟ ଇଓଡବ୍ଲ୍ୟୁ, ଟ୍ରାଇରେ ଦାଖଲ କରିଥିବା ରିର୍ପୋଟରେ ଉଲ୍ଲେଖ କରିଥିଲା । ଏହି ରିପୋର୍ଟ ଆଧାରରେ ପ୍ରକାଶଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯାଇଛି ।