ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ଚନ୍ଦ୍ର ବେହେରା

ଭୁବନେଶ୍ୱର,୧୦/୧୦: ଏପଟେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଛି। ସେପଟେ ଦଳ ଛାଡୁଛନ୍ତି ନେତା।  ସାଧାରଣ ନିର୍ବାଚନ-୨୦୨୪ରେ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରକାଶ ଚନ୍ଦ୍ର ବେହେରା  ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବ‌ିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ତେବେ ପ୍ରକାଶ ବେହରାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ଏନେଇ ଜଣାପଡ଼ି ନାହିଁ।

ପ୍ରକାଶ ବେହେରା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍ତଫା ପତ୍ରରେ କହିଛନ୍ତି, ବହୁ ଚିନ୍ତନ ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଛି ଓ ଆପଣଙ୍କ ନେତୃତବକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଯୋଡ଼ିହୋଇ ରହୁଥିବା ବ୍ୟକ୍ତିତ୍ବ। ତେଣୁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମନେ କଲି।

Leave a Reply

Your email address will not be published. Required fields are marked *