ଆରପାରିରେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା

ଭୁବନେଶ୍ୱର, ୨୦/୧୦: ଆଜି ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ ଘଟିଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସୂଚନାଯୋଗ୍ୟ ଯେ କ୍ୟାନ୍ସରରେ ଆକ୍ରାନ୍ତ ପରେ କୋଭିଡ ସଂକ୍ରମିତ ବି ହୋଇଥିଲେ । ଓଡ଼ିଶା ବିଧାନସଭାର ଦୁଇଥର ଉପବାଚସ୍ପତି ଥିଲେ ପ୍ରହ୍ଲାଦ।