ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା

ଭୁବନେଶ୍ୱର, ୧୯/୪: ରାଜ୍ୟରେ ଦିନକୁ ଦିନ ପୁଣିଥରେ କରୋନା ସ୍ଥିତି ଅସମ୍ଭାଳ ପରିସ୍ଥିତିକୁ ଗତି କରୁଛି। ଏହାସହ କଳାକାର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତେ କରୋନା କବଜାକୁ ଚାଲି ଆସୁଛନ୍ତି। ଏହାରିମଧ୍ୟରେ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ଗତ ୫ ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବାକୁ ସେ ଅନୁରୋଧ କରୁଛନ୍ତି। ଏନେଇ ନିଜେ ଟ୍ବିଟ୍ କରି  ସେ ସୂଚନା ଦେଇଛନ୍ତି।