ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ମିଳିଲା ଜାମିନ

ଭୁବନେଶ୍ୱର, ୧୧/୬: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଆଜି ଜାମିନ ମିଳିଛି।ଗୋଳନ୍ଥରା ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ।ନିମ୍ନକୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର କରିବାକୁ ଅନୁମତି ମିଳିଛି। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ସେ ଜେଲ୍‌ରୁ ବାହାରି ପାରିବେ। ଉଲ୍ଲେଖଯୋଗ୍ୟ ଯେ ଟାଟା କମ୍ପାନିରେ ଚାକିରି ଦେବା ନାଁରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା।