ବିଜେଡିରେ ସାମିଲ ହେବେ ପ୍ରଦୀପ ମାଝୀ

ନବରଙ୍ଗପୁର, ୨୪/୧୦: ସବୁ କଳ୍ପନା ଜଳ୍ପନା ର ଘଟିଲା ଅନ୍ତ। ଶେଷରେ ବିଜେଡିରେ ସାମିଲ ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିିଛନ୍ତି ପ୍ରଦୀପ ମାଝୀ। ରାଜ୍ୟକୁ ନବୀନ ପଟ୍ଟନାୟକ ସ୍ଥିର ସରକାର ଦେଇଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖ୍ୟ ଯୋଗ୍ୟ ଯେ ଗତ ୨୨ ତାରିଖରେ କଂଗ୍ରେସ ଛାଡିଥିଲେ ପ୍ରଦୀପ।