ଭୁବନେଶ୍ୱର,୧୧/୦୩: ହାତକୁ ଦି ହାତ ହେବେ ବିଜେଡି ନେତା ପ୍ରଦୀପ ମାଝି । ୧୨ ତାରିଖରେ ଗୋଆରେ ବାହା ହେବେ ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା ୧୨ ତାରିଖରେ ଗୋଆରେ ବାହା ହେବା ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି । ଗତକାଲି ସେ ଗୋଆ ଯାଇଛନ୍ତି । ପରିବାରବର୍ଗ, ନିଜ ଅଳ୍ପ ବନ୍ଧୁବାନ୍ଧବ ଓ ସହଯୋଗୀ ହିଁ ଏହି ବାହାଘରରେ ସାମିଲ ହେବେ । ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ । ନବରଙ୍ଗପୁରର ସେ କଂଗ୍ରେସ ସାସଂଦ ଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ତାଙ୍କର ବାହାଘର ହେବାକୁ ଯାଉଛି ।