ରାଜ୍ୟର ଚାରି ଜିଲ୍ଲାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଭୟଭୀତ ହେଲେ ଲୋକେ

ଭୁବନେଶ୍ୱର,୧୩/୩: ରାଜ୍ୟର ଚାରି ଜିଲ୍ଲାର ଲୋକ ଶଦ୍ଦ ଶୁଣି ଭୟଭୀତ ହୋଇ ପଡ଼ିଛନ୍ତି । ପ୍ରଚଣ୍ଡ ଶବ୍ଦରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଥରି ଉଠିଛି । ଏତେ ଜୋରରେ ଶବ୍ଦ ହେଲା ଯେ ଘରର କାଚ ମଧ୍ୟ ସବୁ ଧଡ଼ଧଡ଼ ହୋଇ ଥରି ଉଠିଛି । ଭଦ୍ରକ ସହର ଧାମନଗର, ବାସୁଦେବପୁରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ଆଜି ୧୧.୩୨ମିନିଟରେ ଏହି ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି । କିଛି ସେକେଣ୍ଡ ପାଇଁ ଏହି ଶବ୍ଦ ଶୁଣାଯାଇଥିଲା । ସେହିଭଳି ବାଲେଶ୍ୱର ସହରର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ କୋଇଡ଼ା ଓ କେନ୍ଦୁଝରର କିଛି ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଶବ୍ଦ ହେବାର କାରଣ ଜଣାପଡ଼ି ନାହିଁ ।